ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଏକାଥରକେ ଚିହ୍ନଟ ହେଲେ ୨୦ ଜଣ ନୂଆ କରୋନା ପଜିଟିଭ୍। ଗୁରୁବାର ଗଞ୍ଜାମ ଜିଲ୍ଲାରୁ ୧୭ ଓ ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ନିକଟରେ ସୁରତରୁ ଫେରିଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ସେହିଭଳି ଗଞ୍ଜାମ ଜିଲ୍ଲାରେ ଏବେ କରୋନା ପଜିଟିଭ୍ ସଂଖ୍ୟା ୨୧ରେ ପହଞ୍ଚିଛି। ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛି କରୋନା। ଜିଲ୍ଲାରେ ପ୍ରଥମ କରି ତିନି ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୪୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment