ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ତଥ୍ୟ ଦେଲେ ରାଜ୍ୟ ସରକାର। ଜାଣନ୍ତୁ, ଗୁରୁବାର ସୁଦ୍ଧା ଓଡ଼ିଶା ସମେତ ଦେଶ ଓ ବିଶ୍ୱରେ କଣ ରହିଛି କରୋନା ଅପଡେଟ୍।

ଓଡ଼ିଶାରେ କରୋନା

  • ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦,୫୧୪ ଟି ନମୁନା ପରୀକ୍ଷା ହୋଇଛି।
  • ସେଥିମଧ୍ୟରୁ ୨୦୯ ଜଣ ପଜିଟିଭ୍ ଥିବା ସୂଚନା।
  • ରାଜ୍ୟରେ ଏବେ ବି ୧୪୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।
  • କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରୁ ଗଞ୍ଜାମ ଜିଲ୍ଲା ରେଡ୍ ଜୋନ୍ ଘୋଷିତ।
  • ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନରେ ସାମିଲ।
  • ବର୍ତ୍ତମାନ ସୁଦ୍ଧା ୩୯,୭୬୫ ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରିଛନ୍ତି।
  • ଏବେ ରାଜ୍ୟରେ ଦିନକୁ ୩ ହଜାର ନମୁନା ପରୀକ୍ଷଣ କରାଯାଉଛି।
  • ପ୍ରତି ୧୦ ଲକ୍ଷ ଲୋକରେ ୧୧୫୫ ଲୋକଙ୍କ ପରୀକ୍ଷା ହେଉଛି।
  • ଖୁବଶୀଘ୍ର ରାଜ୍ୟରେ ଆଉ ୧୧ଟି କରୋନା ଟେଷ୍ଟିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବ।

ଭାରତରେ କରୋନା

  • ବର୍ତ୍ତମାନ ସୁଦ୍ଧା ଦେଶରେ ୧୩,୫୭,୪୧୩ ନମୁନା ପରୀକ୍ଷା ହୋଇଛି।
  • ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୫୨,୯୬୨କୁ ବୃଦ୍ଧି।
  • ଭାରତରେ କରୋନା କବଳରୁ ସୁସ୍ଥ ହେଲେଣି ୧୫,୨୬୬ ଜଣ ଆକ୍ରାନ୍ତ।
  • ଦେଶରେ ୧୭୮୩ ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।
  • ଦେଶରେ ଏବେ ବି ୩୫,୯୦୨ ସକ୍ରିୟ କରୋନା ଆକ୍ରାନ୍ତ।

ବିଶ୍ୱରେ କରୋନା

  • ବିଶ୍ୱର ୨୧୨ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ଏବେ ସୁଦ୍ଧା ବିଶ୍ୱର ୩୮,୩୬,୭୧୪ ଜଣ ଲୋକ କରୋନା ପଜିଟିଭ୍।
  • ବିଶ୍ୱରେ ୨,୬୫,୩୬୬ ଜଣ ଲୋକ କରୋନାରେ ପ୍ରାଣ ହରାଇ ସାରିଲେଣି।

Comment