ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (NALCO) ର ଫାଇନାନ୍ସ ବିଭାଗରେ ମ୍ୟାନେଜ୍‌ମେଣ୍ଟ ଟ୍ରେନି ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ଆବେଦନ ପ୍ରକ୍ରିୟାକୁ ମେ ୨ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ଦେଶରେ କୋଭିଡ୍-19ର ଆତଙ୍କକୁ ଲକ୍ଷ୍ୟ ରଖି ଆବେଦନପତ୍ର ଗ୍ରହଣ କରିବାର ଶେଷ ତାରିଖକୁ ଅନିର୍ଦ୍ଦିଷ୍ଟ କାଳକୁ ଘୁଞ୍ଚାଇ ଦିଆଯାଇଛି। ଓ୍ୱେବସାଇଟରେ ପରବର୍ତ୍ତୀ ଘୋଷଣା କରାଯାଇ ଆବେଦନର ଶେଷ ତାରିଖ ବିଷୟରେ ଜଣାଯିବ ବୋଲି ନୋଟିସ୍ ଜାରି କରାଯାଇଛିି।

ମ୍ୟାନେଜ୍‌ମେଣ୍ଟ ଟ୍ରେନି (ଫାଇନାନ୍ସ):

  • ଶିକ୍ଷାଗତ ଯୋଗ୍ୟତା- ଆଇସିଏଆଇ (ICAI) ରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ବା କଷ୍ଟ୍‌ ଆକାଉଣ୍ଟାଣ୍ଟ କରିଥିବେ।
  • ବୟସ ସୀମା- ୨୦୨୦ ଫେବ୍ରୁଆରି ୧୯ ସୁଦ୍ଧା ୩୦ ବର୍ଷରୁ କମ୍‌ ବୟସ୍କ
  • ଦରମା- ୪୦,୦୦୦ରୁ ୧,୪୦,୦୦୦ ଟଙ୍କା
  • ଆବେଦନ ଶୁଳ୍କ- ୫୦୦ ଟଙ୍କା

NALCO

 

ଆସିଷ୍ଟାଣ୍ଟ ମ୍ୟାନେଜର:

  • ଶିକ୍ଷାଗତ ଯୋଗ୍ୟତା- ଆଇସିଏଆଇ (ICAI) ରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ବା କଷ୍ଟ୍‌ ଆକାଉଣ୍ଟାଣ୍ଟରେ ଡିଗ୍ରୀ ହାସଲ କରିବା ସହ ଅଭିଜ୍ଞତା ଥିବ।
  • ବୟସ ସୀମା- ୨୦୨୦ ଫେବ୍ରୁଆରି ୧୯ ସୁଦ୍ଧା ୪୪ ବର୍ଷରୁ କମ୍‌ ବୟସ୍କ
  • ଦରମା- ୭୦,୦୦୦ରୁ ୨,୦୦,୦୦୦ ଟଙ୍କା
  • ଆବେଦନ ଶୁଳ୍କ- ୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନାଲ୍‌କୋ ଓ୍ଵେବ୍‌ସାଇଟ୍‌ରୁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ ପରେ ଆବେଦନପତ୍ରର ପ୍ରିନ୍ଟ ବାହାର କରି ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।

ଠିକଣା– ରିକ୍ରୁଟ୍‌ମେଣ୍ଟ ସେଲ୍‌, ଏଚ୍‌ଆର୍‌ଡି ଡିପାର୍ଟମେଣ୍ଟ, ନାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌, ନାଲକୋ ଭବନ, ପି/୧, ନୟାପଲ୍ଲୀ, ଭୁବନେଶ୍ଵର-୭୫୧୦୧୩

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ nalcoindia.com ରେ ଲଗ୍‌ଇନ୍‌ କରନ୍ତୁ।

Source- www.chakiri.plus

Comment