ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ୍। ଗତକାଲି ଗୋଟିଏ ଦିନରେ ୧୦୩ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଏବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୮୮୬କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନଯାୟୀ, ଦେଶରେ ଏବେ ମୋଟ ୫୬ ହଜାର ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୩୭ ହଜାର ୯୧୬ ଜଣ ଲୋକ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଏବେ ବି ମହାରାଷ୍ଟ୍ରରେ ଉପରେ ରହିଛି। ସେଠାରେ ୧୭ ହଜାର ୯୭୪ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୯୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହା ପଛକୁ ଗୁଜରାଟରେ ୪୨୫, ମଧ୍ୟପ୍ରଦେଶରେ ୧୯୩ ଓ ପଶ୍ଚିମବଙ୍ଗରେ ୧୫୧ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।


















