ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶୁକ୍ରବାର ସୁଦ୍ଧା ଓଡ଼ିଶା ସମେତ ଦେଶ ଓ ବିଶ୍ୱରେ କଣ ରହିଛି କରୋନା ଅପଡେଟ୍।

ବଢ଼ିଲା କ୍ୱାରେଣ୍ଟିନ୍ ଅବଧି

  • କରୋନା ପାଇଁ କ୍ୱାରେଣ୍ଟିନ୍ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର।
  • ୧୪ ଦିନ ବଦଳରେ ଏଣିକି ୨୮ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ।
  • ୨୧ଦିନ କ୍ୱାରେଣ୍ଟାଇନ୍ ସେଣ୍ଟର ଓ ବାକି ୭ଦିନ ନିଜ ଘରେ କ୍ୱାରେଣ୍ଟିନ୍ ନିୟମ ମାନି ଚଳିବେ।
  • ଏହି ୨୮ ଦିନ କୌଣସି ପ୍ରକାର ନିୟମ ଭାଙ୍ଗିଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ।
  • କ୍ୱାରେଣ୍ଟିନ୍ ସେଣ୍ଟରରେ ସେମାନେ ୧୦ ଦିନ ପାଇଁ କାମ କରିପାରିବେ।
  • ପ୍ରତ୍ୟେକ ଦିନର କାମ ପାଇଁ ସେମାନଙ୍କୁ ୧୫୦ଟଙ୍କା ମଜୁରୀ ମଧ୍ୟ ମିଳିବ।
  • ବିଭିନ୍ନ ସ୍ଥାନରେ କାମ କରୁଥିବା ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବୃଦ୍ଧି।
  • ଏଣିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ।
  • ଏଥିପାଇଁ ସେମାନଙ୍କୁ ଅଧିକ ଟଙ୍କା ମଧ୍ୟ ମିଳିବ।
  • କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାକୁ ଗଲେ ୩ ଆଇଏଏସ୍ ଅଫିସର।
  • ଏବେ ସୁଦ୍ଧା ୪୬,୩୮୩ ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରି ସାରିଲେଣି।

ଓଡ଼ିଶାରେ କରୋନା

  • ଭଦ୍ରକ ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍।
  • ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪୬କୁ ବୃଦ୍ଧି।
  • ରାଜ୍ୟରେ ଏବେ ସୁଦ୍ଧା ୫୨,୯୭୪ ନମୁନା ପରୀକ୍ଷା ହୋଇଛି।
  • ଓଡ଼ିଶାରେ ଏବେ ବି ୧୮୧ ସକ୍ରିୟ କରୋନା ଆକ୍ରାନ୍ତ।
  • କରୋନା କବଳରୁ ସୁସ୍ଥ ହେଲେଣି ୬୩ ଜଣ, ୨ ଜଣ ମୃତ।

ବିଶ୍ୱ ଓ ଦେଶରେ କରୋନା

  • ଭାରତରେ ଏବେ ସୁଦ୍ଧା ୧୪,୩୭,୭୮୮ ନମୁନା ପରୀକ୍ଷା ହୋଇଛି।
  • ଏବେ ସୁଦ୍ଧା ଦେଶରେ ୫୬,୩୪୨ ଜଣ ଲୋକ ପଜିଟିଭ୍ ଚିହ୍ନଟ।
  • ଦେଶରେ ୧୬,୫୩୯ ଜଣ ଲୋକ କରୋନା କବଳରୁ ସୁସ୍ଥ ହେଲେଣି।
  • ଦେଶରେ ୧୮୮୬ ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।
  • ଏବେ ବି ଭାରତରେ ୩୭,୯୧୬ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
  • ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯,୩୨,୬୭୨ ଜଣ ଲୋକ କରୋନା ପଜିଟିଭ୍।
  • ବିଶ୍ୱରେ ୨,୭୧,୦୨୯ ଜଣ ଲୋକ କରୋନା ପ୍ରାଣ ହରାଇଲେଣି।

Comment