ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ଉପଖଣ୍ଡ କାରାଗାରରେ ଜଣେ ବିଚାରଧୀନ ମହିଳା କଏଦୀ ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି। ମହିଳା କଏଦୀ ଜଣକ ଦୀର୍ଘ ଦିନ ହେବ ଗଞ୍ଜେଇ କାରବାର ମାମଲାରେ ଜେଲ୍‌ରେ ରହୁଥିଲେ। ମୃତ ମହିଳା କଏଦୀ ଜଣକ ଜୟପୁର ସହରର ପିଆର ପେଟାର ଲୀନା ପାଣିଗ୍ରାହୀ ବୋଲି ଜଣାପଡିଛି।

ଗଞ୍ଜେଇ କାରବାର ମାମଲାରେ ଜାନୁଆରି ୪ ତାରିଖରେ ଜୟପୁର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚଲାଣା କରିଥିଲା। ସେହିଦିନଠାରୁ ଜୟପୁର ଉପ କାରାଗାରରେ ଲିନା ଥିଲେ। ଆଜି ସକାଳ ୭ଟା ବେଳେ କୌଣସି କାରଣରୁ ଜେଲ୍‌ ମଧ୍ୟରେ ସଫା କରିବା ପାଇଁ ଥିବା ଫିନାଇଲକୁ ସେ ପିଇ ଦେଇଥିଲେ।

ଖବର ପାଇବା ପରେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ମେଡିକାଲ ଓ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here