ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟିରେ କ’ଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ପ୍ରଫେସର ସଞ୍ଜୀବ ରାଉତ।

CV Raman Chairman Sanjib Rout Interview.00_00_03_07.Still001ବୈଷୟିକ ଓ ମ୍ୟାନେଜମେଣ୍ଟ କ୍ଷେତ୍ରରେ କମ ସମୟ ମଧ୍ୟରେ ଭାରତ ସହ ବିଦେଶରେ ନିଜ ନାଁ କରିପାରିଥିବା ଏକ ସୁଦୃଢ଼ ଶିକ୍ଷା ସଂସ୍ଥା ହେଉଛି ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି। ଭୁବନେଶ୍ୱର ଉପକଣ୍ଠରେ ନବେ ଦଶକରେ (୧୯୯୭) ଏକ ଘରୋଇ ସଂସ୍ଥା ଭାବରେ ଗଢ଼ି ଉଠିଥିବା ଏହି ଶିକ୍ଷା ସଂସ୍ଥା ପ୍ରଥମେ ସି.ଭି.ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ନାମରେ ପରିଚିତ ଥିଲା। ଧିରେ ଧିରେ ସମଗ୍ର ଦେଶ ତଥା ବିଦେଶର ଛାତ୍ର ଛାତ୍ରୀଙ୍କୁ ନିଜର ଉନ୍ନତମାନର ପଢ଼ା କୌଶଳ ଦ୍ୱାରା ଆକର୍ଷିତ କରିବାରେ ସକ୍ଷମ ହେଇଥିବା ଏହି ଘରୋଇ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ପରିଣତ ହୋଇସାରିଛି ଏକ ଗ୍ଲୋବାଲ ୟୁନିଭର୍ସିଟିରେ।

ଆଇ.ଟି.ଆଇ, ଡିପ୍ଲୋମା, ଡିଗ୍ରୀ, ବି.ଟେକ୍, ଏମ୍.ବି.ଏ ତଥା ପି.ଜି କୋର୍ସ ସହିତ ଏଠାରେ ହୋଟେଲ୍ ମ୍ୟାନେଜମେଣ୍ଟ, ବିଜିନେସ୍ ମ୍ୟାନେଜମେଣ୍ଟ ଓ ମରାଇନ ଇଞ୍ଜିନିୟରିଂ ଭଳି ପାଠ୍ୟକ୍ରମର ସୁବିଧା ମଧ୍ୟ ରହିଛି।

CV Raman Chairman Sanjib Rout Interview.00_00_08_17.Still004

ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ର ସଙ୍କଟ ଦେଖାଦେଇଛି। କରୋନା ସଙ୍କଟ ବେଳେ ଏହି ଶିକ୍ଷାନୁଷ୍ଠାନ କେତେଦୂର ପ୍ରଭାବିତ ହୋଇଛି ଏବଂ ପଢ଼ାକ୍ଷେତ୍ରରେ ଆସୁଥିବା ବାଧାବିଘ୍ନର କିଭଳି ଭାବେ ସାମନା କରାଯାଉଛି, ସେ ସମ୍ପର୍କରେ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ପ୍ରଫେସର ସଞ୍ଜୀବ ରାଉତ ଓଡ଼ିଶାଲାଇଭ୍‌ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

‘‘କରୋନା ଭଳି ଭୟାବହ ପରିସ୍ଥିତି ଉପୁଜିବା ପରେ ଏକାଡେମିକ କାର୍ଯ୍ୟକ୍ରମ ଉପରେ ଏହାର ପ୍ରଭାବ ତ ପଡ଼ିଲା, କିନ୍ତୁ ଆମ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଅନେକାଂଶରେ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଘରକୁ ପଠାଇଦିଆଯାଇଛି ଏବଂ ଯେଉଁମାନେ କୌଣସି କାରଣବଶତଃ ଯାଇପାରିନାହାନ୍ତି ସେମାନଙ୍କ ପାଇଁ ୟୁନିଭର୍ସିଟି କ୍ୟାମ୍ପସ ମଧ୍ୟରେ ସୁରକ୍ଷିତ ଭାବେ ରହିବାର ସମସ୍ତ ସୁବିଧା କରାଯାଇଛି। ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ କୌଣସି ଅବହେଳା ହୋଇନାହିଁ, ଅନଲାଇନ ମାଧ୍ୟମରେ କ୍ଲାସେସ୍ ଚାଲୁରହିଛି। ୟୁନିଭର୍ସିଟି ତରଫରୁ ଆଗାମୀ ସେମିଷ୍ଟାର ମଧ୍ୟ ଆନଲାଇନ ମାଧ୍ୟମରେ କରିବାର ଲକ୍ଷ୍ୟ ରଖାଯାଇଛି। ଏହା ମଧ୍ୟରେ ନୂଆ  ଛାତ୍ରଛାତ୍ରୀଙ୍କ ଆଡମିସନ୍ ମଧ୍ୟ ଅନଲାଇନ ଯୋଗେ କରାଯିବ। ଯଦି ପରିସ୍ଥିତିରେ ସୁଧାର ଆସିଲା ତେବେ ଛାତ୍ରଛାତ୍ରୀଙ୍କୁ ସେମିଷ୍ଟାର ପାଇଁ କ୍ୟାମ୍ପସ ଡକାଯିବ ନହେଲେ ପ୍ରଥମ ସେମିଷ୍ଟାର ମଧ୍ୟ ଅନଲାଇନ ମାଧ୍ୟରେ ଦେବେ। ଛାତ୍ରଛାତ୍ରୀମାନେ କିଭଳି ବିନା କୋଣସି ଭୟ ବା ଚିନ୍ତାମୁକ୍ତ ହୋଇ କ୍ୟାମ୍ପସ୍ ଆସିବେ ସେ ବିଷୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ’’, କହିଛନ୍ତି ପ୍ରଫେସର ସଞ୍ଜୀବ ରାଉତ।

ଏହି ୟୁନିଭର୍ସିଟିରେ ଫ୍ୟୁଚର୍ ଅଫ୍ ସ୍କିଲ୍‌ସ୍‌କୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଅତ୍ୟାଧୁନିକ ଜ୍ଞାନକୌଶଳରେ ସମୃଦ୍ଧ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ସହ ବିଶ୍ୱର ନାମୀଦାମୀ କମ୍ପାନିମାନେ ଯୋଗାଯୋଗରେ ଅଛନ୍ତି। ଏହା ହେଉଛି ଆନ୍ତର୍ଜାତିକ ସ୍ତରରେ “ଓ୍ୱାଲ୍ଡ ସ୍କିଲ୍ ୨୦୧୯”ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତର ପ୍ରଥମ ୟୁନିଭର୍ସିଟି। ଏହା ସହ ଦେଶବ୍ୟାପି ହେଉଥିବା ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗିତା, ହାକାଥନ୍ସ୍ ଏବଂ କୋଡିଂ କମ୍ପିଟିସନରେ ମଧ୍ୟ ବହୁ ପୁରସ୍କାରର ଭାଗୀଦାରୀ ହୋଇପାରିଛି ଏହି ୟୁନିଭର୍ସିଟି। AICTE ବିଶ୍ୱକର୍ମା ଆଓ୍ୱାର୍ଡ ଜିତିବାରେ ମଧ୍ୟ ଆମେ ସକ୍ଷମ ହୋଇପାରିଛୁ। ଏହା ସହ ଖୁସିର କଥା ହେଉଛି ଗତ ୪ ବର୍ଷ ଧରି ଆମେ ଭାରତର ପ୍ରମୁଖ ୧୦୦ଟି କଲେଜ୍ ମଧ୍ୟରେ ସ୍ଥାନ ପାଇ ଆସୁଛୁ।

CV Raman Chairman Sanjib Rout Interview.00_01_23_21.Still011

ଇଞ୍ଜିନିୟରିଂ ସ୍କିଲ୍ ଟ୍ରେନିଂ ସହ ଷ୍ଟାଟ୍ ଅପ୍ କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କେବଳ କ୍ଲାସରୁମ ପାଠ୍ୟକ୍ରମ ମଧ୍ୟରେ ସୀମିତ ନୁହେଁ ବରଂ ସେମାନଙ୍କୁ କରାଯାଉଛି “ଇଣ୍ଡଷ୍ଟ୍ରୀ ରେଡି” ଅଥାର୍ତ ଯେକୌଣସି ଇଣ୍ଡଷ୍ଟ୍ରୀରେ ମଧ୍ୟ ନିଜକୁ କିଭଳି ସଫଳ କରିବାରେ ସକ୍ଷମ ହୋଇପାରିବେ ସେନେଇ ସବୁ ପ୍ରକାର ଟ୍ରେନିଂ ଏଠାରେ ଦିଆଯାଏ।

ଦେଶବିଦେଶରୁ ଉଚ୍ଚ ଆଶା ନେଇ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ନୂଆ ଟେକ୍ନୋଲୋଜି ଏବଂ ସ୍କିଲ୍ ମାଧ୍ୟମରେ କ୍ୱାଲିଟି ଏଜୁକେସନ୍ ପ୍ରଦାନ କରିବା ଏହି ଶିକ୍ଷାନୁଷ୍ଠାନର ପ୍ରଥମରୁ ଲକ୍ଷ୍ୟ ରହିଆସିଛି। ସମସ୍ତଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ନିଜର ଚେଷ୍ଟା ଜାରି ରଖି ଆମେ ଆଗକୁ ବଢ଼ିଚାଲିବୁ।

Comment