ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗଞ୍ଜାମ ଜିଲ୍ଲାରେ ଜଣକ ପରେ ଜଣେ ସୁରତ ଫେରନ୍ତା କରୋନା ପଜିଟିଭ୍ ହେଉଥିବା ଦେଖିବାକୁ ମିଳୁଛି। ସୋମବାର ଜିଲ୍ଲାରେ ଆଉ ୧୨ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ପଜିଟିଭ୍ ସଂଖ୍ୟା ୧୩୭ ଛୁଇଁଛି।
କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଗଞ୍ଜାମ ଏବେ ସବୁଠୁ ଉପରେ ରହିଛି। ଓଡ଼ିଶାରେ ଏବେ ସୁଦ୍ଧା ୩୯୧ଟି ପଜିଟିଭ୍ କେସ୍ ସାମନାକୁ ଆସିଥିବାବେଳେ ସେଥିମଧ୍ୟରୁ କେବଳ ଗଞ୍ଜାମରେ ୧୩୭ ଜଣ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ଲୋକ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି।
ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେହି ବି ସୁସ୍ଥ ହୋଇନଥିବାବେଳେ ରବିବାର ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।


















