ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ସୋମବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କଣ ରହିଛି କରୋନା ସ୍ଥିତି।

ଓଡ଼ିଶାରେ କରୋନା

  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ।
  • ଓଡ଼ିଶାରେ ୩୯୪କୁ ବୃଦ୍ଧି ପାଇଲା ପଜିଟିଭ୍ ସଂଖ୍ୟା।
  • ଯାଜପୁର, ମୟୂରଭଞ୍ଜ ଓ କଟକରେ ଜଣେ ଲେଖାଏଁ ଆକ୍ରାନ୍ତ।
  • ରାଜ୍ୟରେ ସୁସ୍ଥ ହେଲେ ୧୭ କରୋନା ଆକ୍ରାନ୍ତ।
  • ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧି।
  • ସୁନ୍ଦରଗଡ଼ର ୭, ଖୋର୍ଦ୍ଧାର ୫, ଭଦ୍ରକର ୩ ଓ ବାଲେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ।
  • ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୩,୪୭୮ ଜଣଙ୍କର ନମୁନା ପରୀକ୍ଷା ହୋଇଛି।

ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍

  • ସାମାନ୍ୟ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ଘରେ କ୍ୱାରେଣ୍ଟିନରେ ରହିପାରିବେ।
  • ଏଥିପାଇଁ ତାଙ୍କର ସ୍ୱତନ୍ତ୍ର ଘର ଏବଂ ପାଇଖାନା ଥିବା ଆବଶ୍ୟକ।
  • ଏହା କେବଳ ସହର ଅଞ୍ଚଳର ଲୋକମାନଙ୍କ ପାଇଁ ଲାଗୁ।
  • ଗ୍ରାମାଞ୍ଚଳର ଲୋକମାନେ ସରକାରୀ କ୍ୱାରେଣ୍ଟିନରେ ହିଁ ରହିବେ।
  • ଘରେ କ୍ୱାରେଣ୍ଟିନରେ ରହିଲେ ହାତରେ ଷ୍ଟାମ୍ପ ଓ ବ୍ୟାଣ୍ଡ ଲାଗିବ।
  • ତାଙ୍କର  ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ମଧ୍ୟ ଲାଗିବ।

ବିଶ୍ୱ ଓ ଦେଶରେ କରୋନା

  • ଭାରତରେ ବର୍ତ୍ତମାନ ସୁଦ୍ଧା ୧୬,୭୩,୬୮୮ ନମୁନା ପରୀକ୍ଷା ହୋଇଛି।
  • ସେଥିମଧ୍ୟରୁ ୬୭,୧୫୨ ଜଣ କରୋନା ପଜିଟିଭ୍।
  • ଦେଶରେ କରୋନା କବଳରୁ ସୁସ୍ଥ ହେଲେଣି ୨୦୯୧୬ ଜଣ।
  • ଦେଶର କରୋନାରେ ପ୍ରାଣ ହରାଇଲେଣି ୨୨୦୬ ଜଣ ଆକ୍ରାନ୍ତ।
  • ଦେଶରେ ଏବେ ବି ୪୪,୦୨୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
  • ବିଶ୍ୱର ୨୧୨ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱରେ ଏବେ ସୁଦ୍ଧା ୪୧,୯୭,୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ।
  • ବିଶ୍ୱରେ କରୋନାରେ ମୋଟ ୨,୮୪,୦୯୬ ଜଣ ଲୋକ ପ୍ରାଣ ହରାଇଲେଣି।

Comment