ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ଵର-ଦିଲ୍ଲୀ ସ୍ଵତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯିବ। ଟିକେଟ ବୁକିଂ ବଢ଼ିବାରୁ ଆଉ ୫ଟି ଅତିରିକ୍ତ ବଗି ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। 3ACରେ ୪ଟି ବଗି ଓ 2ACରେ ଗୋଟିଏ ବଗି ଯୋଡ଼ାଯିବ। ପୂର୍ବରୁ ଟ୍ରେନରେ ୧୭ଟି ବଗି ଥିଲା ଏବେ ୨୨ଟି ବଗି ହୋଇଯିବ।
ଭୁବନେଶ୍ଵରରୁ ଏହି ସ୍ଵତନ୍ତ୍ର ଟ୍ରେନ ମେ’ ୧୩ ତାରଖରେ ଚାଲିବ। ଏନେଇ କାଲିଠୁ ଟିକେଟ ବୁକିଂ ମଧ୍ୟ ସରିଛି। ତଣୁ ଅଧିକ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ମେ’ ୧୨ ତାରିଖରୁ ଦିଲ୍ଲୀରୁ ୧୫ଟି ସହରକୁ ଟ୍ରେନ ଚଳାଚଳ କରିବ। ସେହିପରି ଦିଲ୍ଲୀରୁ ଏକ ଟ୍ରେନ ଭୁବନେଶ୍ଵରକୁ ମଧ୍ୟ ଆସିବ। ସେହି ଟ୍ରେନ ପୁଣି ଭୁବନେଶ୍ଵରରୁ ଦିଲ୍ଲୀକୁ ୧୩ ତାରିଖରେ ଯିବ।
ଟ୍ରେନରେ ଯାତ୍ରା କଲା ବେଳେ କିପରି ସତର୍କତା ଅବଲମ୍ଵନ କରିବେ ସେନେଇ କେନ୍ଦ୍ର ସରକାରଙ୍କ ତରଫରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ଟ୍ରେନରେ ଯାତ୍ରା କଲା ବେଳେ ଯାତ୍ରୀମାନେ ମାସ୍କ ବ୍ୟବହାର କରିବା ସହ ସାନିଟାଇଜର ମଧ୍ୟ ବ୍ୟବହାର କରିବେ।

















