ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୨ ତାରିଖରୁ ଦେଶରେ ଚାଲିବାକୁ ଥିବା ୮୦ଟି ସ୍ପେଶାଲ୍ ଟ୍ରେନ୍ ପାଇଁ ଆଜିଠୁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଯାତ୍ରୀମାନେ ଅନଲାଇନ୍ ଜରିଆରେ ଏଥିପାଇଁ ଟିକେଟ୍ ବୁକିଂ  ଆରମ୍ଭ କରିଦେଇଛନ୍ତି।

ଏହି ୪୦ ଯୋଡ଼ା ଟ୍ରେନ୍ ଦେଶର ବିଭିନ୍ନ ଅଞ୍ଚଳରେ ଚଳାଚଳ କରିବ। ଏନେଇ ଗତ କିଛି ଦିନ ତଳେ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା। ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ ଓ ଏବେ ଆଉ ୮୦ ଟ୍ରେନକୁ ମିଶାଇ ଦେଶରେ ଏବେ ୩୧୦ ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।BGUଟିକେଟ୍ ବୁକିଂ କରିବା ପରେ ଯାତ୍ରୀମାନେ ଏହି ଟ୍ରେନରେ ଯିବା ଆସିବା କରିପାରିବେ। ତେବେ ଏଥିପାଇଁ ତାଙ୍କୁ ବହୁ ପୂର୍ବରୁ ଷ୍ଟେସନକୁ ଆସିବାକୁ ପଡ଼ିବ। ଷ୍ଟେସନରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଯାତ୍ରା କରିବାର ସୁଯୋଗ ମିଳିବ।

ତେବେ ଏହି ଟ୍ରେନ୍ ଯାତ୍ରା କରିବା ପାଇଁ ରେଳ ବିଭାଗ ଜେନେରାଲ୍ ବଗିଗୁଡ଼ିକୁ ବାଦ୍ ଦେଇଛି। ଏଥିରେ କେବଳ ସେହିଯାତ୍ରୀମାନେ ଯାତ୍ରା କରିପାରିବେ ଯେଉଁମାନଙ୍କ ପାଖରେ ରିଜର୍ଭ ଟିକେଟ୍ ରହିଥିବ।

Comment