ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୦୧ କରୋନା ପଜିଟିଭ୍। ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୪୩୭ ରହିଥିଲା। ହେଲେ ଆଜି ୧୦୧ ନୂଆ ପଜିଟିଭଙ୍କୁ ମିଶାଇ ଏହି ସଂଖ୍ୟା ୫୩୮ରେ ପହଞ୍ଚିଯାଇଛି।
ନୂଆକରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୫୨ ଜଣ ଅଛନ୍ତି। ଏହାପରେ ବାଲେଶ୍ୱର ଜିଲ୍ଲାରୁ ୩୩ଜଣ, କେନ୍ଦୁଝରରୁ ୨ଜଣ ଓ ସୁନ୍ଦରଗଡ଼ ଓ ଯାଜପୁରରୁ ୭ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ତେବେ ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ କ୍ୱାରେଣ୍ଟିନ୍ ସେଣ୍ଟର ମଧ୍ୟରୁ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଜଣ କଣ୍ଟେନମେଣ୍ଟ୍ ଜୋନରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ତିନିଜଣ ଅଲଗା ସ୍ଥାନରୁ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି।
ଏଥିସହ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨୧୦ରେ ପହଞ୍ଚିଛି। ସେହିପରି ବାଲେଶ୍ୱରେ ୯୦ ଓ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଛୁଇଁଛି।


















