ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ବିମାନ ସେବା ଆରମ୍ଭ କରିବ ଏୟାର ଇଣ୍ଡିଆ। ଦେଶର ବିଭିନ୍ନ ସହରରୁ ଏହି ସ୍ୱତନ୍ତ୍ର ବିମାନ ମେ ୧୯ରୁ ଉଡ଼ାଣ ଭରିବ। ତେବେ ବେସାମରିକ ବିମାନ ଚଳାଚଳର ନିଷ୍ପତ୍ତିକୁ ବର୍ତ୍ତମାନ ଅପେକ୍ଷା କରାଯାଇଛି। ବୁଧବାର ଏନେଇ ସୂଚନା ଦେଇଛି ଏୟାର ଇଣ୍ଡିଆ।
ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଚି, ଅହମ୍ମଦାବାଦ ଓ ବେଙ୍ଗାଳୁରୁ ଭଳି ସହରରୁ ଏୟାର ଇଣ୍ଡିଆ ଯାତାୟାତ କରିବ। ଲୋକମାନେ ଏୟାର ଇଣ୍ଡିଆ ୱେବସାଇଟରୁ ଯାଇ ଟିକେଟ୍ କିଣିପାରିବେ। ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଏହି ସେବା ଚାଲୁରହିବ ବୋଲି କୁହାଯାଇଛି।
ତେବେ ବିମାନରେ ଉଡ଼ାଣ ଭରିବା ପୂର୍ବରୁ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେମାନେ କରୋନା ନେଗିଟିଭ୍ ଥିଲେ ହିଁ ସେମାନେ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ଏଥିସହ ସେମାନେ ନିଜ ରାଜ୍ୟରେ ପହଞ୍ଚିବା ପରେ କ୍ୱାରେଣ୍ଟିନରେ ରହିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।


















