ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ଏବେ ଅଧିକରୁ ଅଧିକ ପ୍ରାଣ ନେବାରେ ଲାଗିଛି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଏହି ଭାଇରସରେ ମୋଟ ୨,୫୪୯ ଜଣ ପ୍ରାଣ ହରାଇଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ଟପିଛି। ସେଥିମଧ୍ୟରୁ ୨୬,୨୩୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ଏବେ ବି ୪୯,୨୨୯ ଜଣ ଚିକିତ୍ସାଧୀନ ଅଛନ୍ତି।
କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଏବେ ବି ମହାରାଷ୍ଟ୍ର ଉପରେ ରହିଛି। ସେଠାରେ ୨୫,୯୨୨ଜଣ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୯୭୫ ଜଣ ପ୍ରାଣ ହରାଇ ସାରିଲେଣି। ଏହା ପଛକୁ ଗୁଜରାଟରେ ୫୬୬, ମଧ୍ୟପ୍ରଦେଶରେ ୨୩୨, ପଶ୍ଚିମବଙ୍ଗରେ ୨୦୭ ଜଣ ଲୋକ କରୋନାରେ ପ୍ରାଣ ହରାଇ ସାରିଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।


















