ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଖୁବଶୀଘ୍ର ଓଡ଼ିଶାରେ ହେବ ୧୫ ହଜାରରୁ ଅଧିକ କରୋନା ଟେଷ୍ଟ। ଏଥିପାଇଁ ବେସରକାରୀ ହସ୍ପିଟାଲକୁ ମଧ୍ୟ କରୋନା ଟେଷ୍ଟିଂ ପାଇଁ ଅନୁମତି ଦିଆଯିବ। ଗୁରୁବାର ମନ୍ତ୍ରୀସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଖୁବଶୀଘ୍ର ଓଡ଼ିଶାରେ ଦିନକୁ ୧୫ ହଜାର କରୋନା ନମୁନା ପରୀକ୍ଷା କରାଯିବ। ଏଥିପାଇଁ ବଲାଙ୍ଗୀରରେ ମେଡିକାଲ କଲେଜରେ ୧୬ ତାରିଖରୁ କରୋନା ଟେଷ୍ଟିଂ କରାଯିବ। ସେହିଭଳି କୋରାପୁଟରେ ୨୩ ତାରିଖ ଓ ବାରିପଦା ମେଡିକାଲ କଲେଜରେ ୩୧ ତାରିଖରୁ ଟେଷ୍ଟିଂ ଆରମ୍ଭ ହେବ।”

ଏଥିପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଏହି ଏହି ମେଡିକାଲ କଲେଜକୁ ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

Comment