ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪୮ ଜଣ ନୂଆ କରୋନା ପଜିଟିଭ୍। ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି। ଶୁକ୍ରବାର ରାଜ୍ୟର ୯ଟି ଜିଲ୍ଲାରୁ ଏହି ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଗଞ୍ଜାମ ଏବଂ ଆଉ ୧୨ ଜଣ ବାଲେଶ୍ୱର ଜିଲ୍ଲାରୁ ବୋଲି ଜଣାପଡ଼ିଛି। ସେହିପରି ଯାଜୁପରରୁ ୨,ଭଦ୍ରକରୁ ୬, ନୟାଗଡ଼ରୁ ୩, ପୁରୀରୁ ୧୦, କଟକ, ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ବାଲେଶ୍ୱର ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ଶହେ ଟପିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ମୋଟ ୧୦୨ ଚିହ୍ନଟ ହୋଇସାରିଲେଣି।
ବର୍ତ୍ତମାନ ଓଡ଼ିଶାରେ ମୋଟ ୬୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୧୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।


















