ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର ପ୍ରତିଟି ଖବର ବିଷୟରେ ସୂଚନା ଦିଆଯାଇଛି।
ଓଡ଼ିଶାରେ କରୋନା
- ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୧,୯୧୯ନମୁନା ପରୀକ୍ଷା ହୋଇଛି।
- ଏଯାବତ ଓଡ଼ିଶାରେ ୬୭୨ ଜଣ ଲୋକ କରୋନା ପଜିଟିଭ୍।
- ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେଣି ୧୬୬ ଜଣ ଆକ୍ରାନ୍ତ।
- ଏବେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୦୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
- ରାଜ୍ୟର ୧୪ ବର୍ଷରୁ କମ୍ ବୟସର ୨୦ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ।
ଦେଶ ଓ ବିଶ୍ୱରେ କରୋନା
- ଦେଶରେ ଏବେ ସୁଦ୍ଧା ୨୦,୩୯,୯୫୨କରୋନା ନମୁନା ପରୀକ୍ଷା ହୋଇଛି।
- ଦେଶରେ ଏଯାବତ ୮୧,୯୭୦କରୋନା ଆକ୍ରାନ୍ତ।
- ଭାରତରେ ୨୬୪୯ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।
- ଭାରତରେ ୨୭,୯୧୯ ଜଣ ଲୋକ କରୋନା କବଳରୁ ସୁସ୍ଥ ହେଲେଣି।
- ଦେଶରେ ଏବେ ବି ୫୧,୪୦୧ଜଣ ସକ୍ରିୟ କରୋନା ଆକ୍ରାନ୍ତ।
- ବିଶ୍ୱରେ ଏପର୍ଯ୍ୟନ୍ତ ୪୫ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ।
- ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଲା।
ପ୍ରବାସୀ ଶ୍ରମିକଙ୍କ ଚିନ୍ତାରେ ଓଡ଼ିଶା ସରକାର
- କେହି ବି ପ୍ରବାସୀ ଶ୍ରମିକ ଓଡ଼ିଶା ମଧ୍ୟ ଦେଇ ଚାଲିକି ନିଜ ରାଜ୍ୟକୁ ଯିବେ ନାହିଁ।
- ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ନିଜ ରାଜ୍ୟର ସୀମାରେ ଛଡ଼ାଯିବ।
- ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବ।
- ପ୍ରବାସୀ ଶ୍ରମିକମାନେ ନିକଟସ୍ଥ ଥାନରେ ଯୋଗାଯୋଗ କରିବାକୁ ଅନୁରୋଧ।
- ସେମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ନିଜ ରାଜ୍ୟର ସୀମାରେ ଛାଡ଼ି ଦିଆଯିବ।








କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର ପ୍ରତିଟି ଖବର ବିଷୟରେ ସୂଚନା ଦିଆଯାଇଛି।









