ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ସୁରତ ପୋଲିସ ତାଙ୍କୁ ପିଟିପିଟି ହତ୍ୟା କରିଥିବା ସାଂଘାତିକ ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସତ୍ୟ ସ୍ଵାଇଁ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ଗରୁଡ଼ ଗାଁରେ। ତାଙ୍କ ମୃତ୍ୟୁ ପରେ ପିରବାରରେ ଶୋକର ଛାୟା ଖେଳିଯାଇଛି।

କିଛିଦିନ ହେବ ଓଡ଼ିଶା ଫରେିବା ପାଇଁ ସୁରତରେ ଥିବା ଓଡ଼ିଆମାନଙ୍କର ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ ଭିଡ଼ ଜମିଥିଲା। ସେମାନେ ଘରକୁ ଫେରିବା ପାଇଁ ପୋଲିସର ସହଯୋଗ ମାଗୁଥିଲେ। କିନ୍ତୁ ଗୁରୁବାର ସନ୍ଧ୍ୟାରେ ଥାନାରେ ପ୍ରବଳ ଭିଡ଼ ସହ ଉତ୍ତେଜନା ଦେଖାଯାଇଥିଲା।

ଏହି ଘଟଣା ପରେ କେତକ ପୋଲିସ କର୍ମଚାରୀ ସ୍ଥାନୀୟ ଅଞ୍ଜନୀ ଇଣ୍ଡଷ୍ଟ୍ରିଜରେ ରହୁଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ଥିବା ଶ୍ରମିକଙ୍କ ଘରର ତାଲା ଭାଙ୍ଗି ପ୍ରବଳ ପିଟିଥିଲେ। ଏଥିରେ ସତ୍ୟ ସ୍ଵାଇଁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Comment