ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତ୍ମନିର୍ଭର ଭାରତ ଅଭିଯାନରେ ମାଛ ଚାଷକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର। ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ୨୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଏହି ପ୍ୟାକେଜ ଘୋଷଣା କରାଯାଇଛି।

ମତ୍ସ୍ୟ ପାଳନ ଓ ଚାଷ ପାଇଁ ୧୧ ହଜାର ଟଙ୍କାର ସହାୟତା ମିଳିବ। ଫସିଂ ହାର୍ବର, ମାର୍କେଟ, ମଣ୍ଡି ନିର୍ମାଣ ପାଇଁ ୯ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ଆଗାମୀ ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ୍‌ ମାଛ ଉତ୍ପାଦନ ଲକ୍ଷ୍ୟ ରଖଯାଇଛି।ଏହାଦ୍ୱାରା ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।

Comment