ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ରାଜ୍ୟରେ ଆଉ ୬୫ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ଛୁଇଁଛି।

ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏଥଇମଧ୍ୟରୁ ୩୧ ଜଣ ଯାଜପୁରରୁ ହୋଇଥିବାବେଳେ ଗଞ୍ଜାମରୁ ୧୩ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି। ସେହିଭଳି କେନ୍ଦ୍ରାପଡ଼ାରୁ ୪ ଜଣ, ମୟୂରଭଞ୍ଜରୁ ୨ ଜଣ, କଟକରୁ ୬ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୪ ଜଣ ଓ ଖୋର୍ଦ୍ଧାରୁ ୩ ଜଣ ପଜଟିଭ୍ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ମଧ୍ୟରେ ଅଧିକାଂଶ ସୁରତ ଫେରନ୍ତା ହୋଇଥିବାବେଳେ କେତେକ ଅହମ୍ମଦାବାଦ ଓ ପଶ୍ଚିମବଙ୍ଗ ଫେରନ୍ତା ମଧ୍ୟ ଅଛନ୍ତି।

ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୬୮ ଜଣ ସକ୍ରିୟ ଥିବାବେଳେ ୧୬୬ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

Comment