ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲାରେ ଜଣେ ୮ ବର୍ଷ ଛୁଆକୁ ହେଲା କରୋନା। ଶନିବାର ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ୮ ବର୍ଷର ଶିଶୁ ରହିଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।

ଶନିବାର ରାଜ୍ୟରେ ଆଉ ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ୩ ଜଣ ପଜିଟିଭ୍ ଜଣାପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ପୌରାଞ୍ଚଳର ନବୀନବାଗ ଅଞ୍ଚଳ ଓ ଅନ୍ୟ ଜଣେ ବାଣପୁର କୁମାରଙ୍ଗ ପଞ୍ଚାୟତର ମଙ୍ଗଳପୁର ଗାଁର ବୋଲି ଜଣାପଡ଼ିଥିଲା। ଦୁହେଁ ପଶ୍ଚିମବଙ୍ଗ ଓ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଲା କେଶପୁର ଗାଁରେ ଚିହ୍ନଟ ହୋଇଥିବା ତୃତୀୟ ଆକ୍ରାନ୍ତ ଜଣକ ଜଣେ ୮ ବର୍ଷର ଶିଶୁ। ସେ ନିଜ ଘରେ ରହିଥିଲେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଖୋର୍ଦ୍ଧା ପୌରାଞ୍ଚଳର ନବୀନବାଗ ଓ କେଶପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ସେହି ଶିଶୁଟି କାହା କାହା ସସ୍ପର୍ଶରେ ଆସିଥିଲା ସନେଇ ଛାନଭିନ୍ ଆରମ୍ଭ ହୋଇଛି।

ରାଜ୍ୟରେ ଏବେ ମୋଟ ୭୩୭ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୫ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ରହିଛି।

Comment