ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ପୂର୍ବେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ସିବିଏସଇ ପରୀକ୍ଷା ହେବା ନେଇ ସୂଚନା ଦେଇଥିଲେ। ଜୁଲାଇ ପହିଲାରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ମଧ୍ୟରେ ଶେଷ ହେବ ବୋଲି କୁହାଯାଇଥିଲା। ଶନିବାର ସନ୍ଧ୍ୟା ୫ଟାରେ ଏହି ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ ପାଇବ।

ଏଥିସହିତ ସିବିଏସ୍ଇ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ଯେ, ଦଶମ ବୋର୍ଡ ପରୀକ୍ଷା କେବଳ ନର୍ଥ-ଇଷ୍ଟ ଦିଲ୍ଲୀରେ ହେବ। ସେହିପରି ଦ୍ୱାଦଶ ଶ୍ରେଣୀର ବାକି ରହିଯାଇଥିବା ୨୯ଟି ବିଷୟର ପରୀକ୍ଷା କରାଯିବ।

ସିବିଏସଇ ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନୁମତି ମିଳିସାରିଛି।  ଏଥିସହିତ ୩ ହଜାର ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ପରୀକ୍ଷା ଏବଂ ଖାତା ଦେଖା ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସାମାଜିକ ଦୂରତା ନିୟମ ପାଳନ କରିବେ ବୋଲି କୁହାଯାଇଛି।

Comment