ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ୬ଟି ଏୟାରପୋର୍ଟକୁ ନିଲାମ କରାଯିବ। ଏୟାରପୋର୍ଟ ଅଥରିଟି  ଅଫ୍ ଇଣ୍ଡିଆ ସାହାଯ୍ୟରେ ଏହି କାମକୁ ଦୁଇ ମାସ ମଧ୍ୟରେ ଶେଷ କରାଯିବ। ଏଥିସହିତ ଭାରତର ଏୟାରସ୍ପେଶକୁ ମଧ୍ୟ ବୃଦ୍ଧି କରାଯିବ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଦିନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଶନିବାର ଏହି ଅବସରେ ସେ ଭାରତର ଏୟାରସ୍ପେଶ୍ ବୃଦ୍ଧି ଘଟାଯିବ ବୋଲି କହିଛନ୍ତି। ଏୟାରସ୍ପେଶର ବୃଦ୍ଧି ଘଟିଲେ ପ୍ରାୟ ୧ ହଜାର କୋଟି ଟଙ୍କାର ଲାଭ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏୟାରସ୍ପେସକୁ ରେସନାଲାଇଜେସନ କରାଯିବ। ଏହା ଫଳରେ ସମୟ ବଞ୍ଚିବା ସହିତ କମ୍ ଇନ୍ଧନ ଖର୍ଚ୍ଚ ହେବ। ଏଥିସହ ଦେଶର ଆଉ ୬ଟି ଏୟାରପୋର୍ଟର ଉନ୍ନତିକରଣ ପିପିପି ମୋଡରେ କରାଯିବ। ଯେଉଁଥିରେ ଭିତ୍ତିଭୂମି ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Comment