ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର ପ୍ରତିଟି ଅପଡେଟ୍ ବିଷୟରେ ସୂଚନା ଦିଆଯାଇଛି।
ଓଡ଼ିଶାରେ କରୋନା
ରାଜ୍ୟର ଆଉ ୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ।
ଓଡ଼ିଶାରେ କରୋନା କବଳରୁ ସୁସ୍ଥ ହେଲେଣି ୧୯୬ ଜଣ ଆକ୍ରାନ୍ତ।
ରାଜ୍ୟରେ ଏବେ ମୋଟ ୭୩୭ ଜଣ ଲୋକ କରୋନା ପଜିଟିଭ୍।
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୩୮ ଜଣ ଲୋକ କରୋନାରେ ସକ୍ରିୟ ଅଛନ୍ତି।
ଏଯାବତ ରାଜ୍ୟରେ ୮୬,୨୪୦ନମୁନା ପରୀକ୍ଷା ହୋଇଛି।
ବିଶ୍ୱ ଓ ଦେଶରେ କରୋନା
ଭାରତରେ ଏବେ ସୁଦ୍ଧା ୨୧,୩୪,୨୭୭ନମୁନା ପରୀକ୍ଷା ହୋଇଛି।
ଦେଶରେ ବର୍ତ୍ତମାନ ସୁଦ୍ଧା ୮୫,୯୪୦ଜଣ କରୋନା ପଜିଟିଭ୍।
ଦେଶରେ ୩୦,୧୫୨ଜଣ ଲୋକ କରୋନାରୁ ସୁସ୍ଥ ହେଲେଣି।
ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୭୫୨କୁ ବୃଦ୍ଧି।
ଦେଶରେ ଏବେ ବି ୫୩,୦୩୫ଜଣ ସକ୍ରିୟ କରୋନା ଆକ୍ରାନ୍ତ।

୧ ଲକ୍ଷ ୩୩ ହଜାର ପ୍ରବାସୀ ଓଡ଼ିଆ ଫେରିଲେଣି
ରାଜ୍ୟକୁ ଏବେ ସୁଦ୍ଧା ୧,୩୩,୨୪୫ ଓଡ଼ିଆ ଫେରିଲେଣି।
କେବଳ ଶନିବାର ୧୭୮୮୫ ଜଣ ପ୍ରବାସୀ ଓଡ଼ିଆ ଘରକୁ ଫେରିଛନ୍ତି।
ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫୫,୫୬୭ ଜଣ ପ୍ରବାସୀ ଫେରିଛନ୍ତି।
ଏହା ପଛକୁ ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ସବୁଠୁ ଅଧିକ ଲୋକ ଫେରିଛନ୍ତି।
୨୩ ସୁଦ୍ଧା କୋରାପୁଟ ଓ ବଲାଙ୍ଗିରରେ କୋଭିଡ୍ ଟେଷ୍ଟିଂ
ମେ ୨୩ ସୁଦ୍ଧା କୋରାପୁଟ ଓ ବଲାଙ୍ଗିର ମେଡିକାଲ୍ କଲେଜରେ କୋଭିଡ୍ ପରୀକ୍ଷା ଆରମ୍ଭ ହେବ।
ମେ ୩୧ ସୁଦ୍ଧା ବାଲେଶ୍ୱର ଓ ବାରିପଦା ମେଡିକାଲ କଲେଜରେ କୋଭିଡ୍ ପରୀକ୍ଷା।
ଖୁବଶୀଘ୍ର ଖୋର୍ଦ୍ଧାର ଅରୁଗୁଳୁ ଏଡିଆରଏଫ୍ ଲ୍ୟାବରେ କରୋନା ପରୀକ୍ଷା ହେବ।
୨୦ତାରିଖ ପରେ ରାଜ୍ୟରେ ପ୍ରତିଦିନ ୫ ହଜାର କୋଭିଡ୍ ନମୁନା ପରୀକ୍ଷା କରାଯିବ।








କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର ପ୍ରତିଟି ଅପଡେଟ୍ ବିଷୟରେ ସୂଚନା ଦିଆଯାଇଛି।









