ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି କରିଛନ୍ତି । ଏଥିସହ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ସେନେଇ ଗୃହ ମନ୍ତ୍ରଣାଳୟ ଏକ ଗାଇଡଲାଇନ୍ ଜାରି କରିଛି।
ବନ୍ଦ ରହିବ
- ସମସ୍ତ ପ୍ରକାର ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ। କେବଳ ସ୍ୱାସ୍ଥ୍ୟସେବା ପାଇଁ ବିମାନ ଚଳାଚଳ କରିପାରିବ।
- ଦେଶର ସମସ୍ତ ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ।
- ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ। କେବଳ ଅନଲାଇନ୍ ଜରିଆରେ ପାଠ ପଢ଼ା ଚାଲୁରହିବ।
- ଦେଶର ସମସ୍ତ ହୋଟେଲ୍, ରେସ୍ତୋରାଁ ଆଦି ବନ୍ଦ ରହିବ। କେବଳ ସ୍ୱାସ୍ଥ୍ୟ ସେବା, କ୍ୱାରେଣ୍ଟିନ୍ ଆଦି କାମ ପାଇଁ ନିର୍ଦ୍ଦିଷ୍ଟ କେତେକ ହୋଟେଲ ଓ ରେସ୍ତୋରାଁ ଖୋଲିପାରିବ। ଏଥିରେ କେବଳ ହୋମ୍ ଡେଲିଭରୀ ଦିଆଯିବ।
- ସିନେମା ହଲ୍, ସପିଂ ମଲ୍, ଜିମ୍ , ସୁଇମିଙ୍ଗ ପୁଲ, ପାର୍କ, ବାର୍, ଅଡିଟୋରିୟମ୍ ଆଦି ବନ୍ଦ ରହିବ।
- ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ।
- ଦେଶର ସମସ୍ତ ପ୍ରକାର ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ।
ରେଡ୍, ଅରେଞ୍ଜ,ଗ୍ରୀନ୍ ଜୋନ୍ ବାଛିବେ ରାଜ୍ୟ
- ରାଜ୍ୟ ମଧ୍ୟରେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଆଦି ବାଛିବାର ଅଧିକାର ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରହିବ।
- ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ଅନୁମତିରେ ଆନ୍ତରାଜ୍ୟ ବସ୍ ସେବା ଚାଲୁ ରହିପାରିବ।
- କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ।
ସନ୍ଧ୍ୟା ୭ରୁ ସକାଳ ୭ ବଳବତ୍ତର ରାତି କର୍ଫ୍ୟୁ
- ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ଦେଶରେ ରାତ୍ରି କର୍ଫ୍ୟୁ ଜାରି ରହିବ।
- କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିପାରିବ।
- ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଶିଶୁ ଘରେ ରହିବାକୁ ପରାମର୍ଶ।















