ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରବିବାର ଗଞ୍ଜାମରେ ଦୁଇ ଜଣ ସୁରତ ଫେରନ୍ତା କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି।
ରାଜ୍ୟରେ ରବିବାର ଆଉ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତା’ସହିତ ଦୁଇ ଜଣ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ଏହି ଦୁଇ ଜଣ ନିକଟରେ ସୁରତରୁ ଫେରିଥିଲେ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୩୮ ବର୍ଷ ଓ ୪୫ ବର୍ଷ ବୋଲି ଜଣାପଡ଼ିଛି।
ଏହାପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଦୁଇଜଣ ଓ ଗଞ୍ଜାମ ଜିଲ୍ଲାର ଜଣେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିଲେ। ଆଜି ଗଞ୍ଜାମ ଜିଲ୍ଲାର ଏହି ଦୁଇ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।


















