ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରବିବାର ରାଜ୍ୟରେ ପୁଣି ୯୧ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଥିମଧ୍ୟରେ ଜଣେ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଓ ୪ ଜଣ ଲୋକାଲ୍ ଲୋକ ବୋଲି ଜଣାପଡ଼ିଛନ୍ତି। ଏହି ୪ ଜଣ ଲୋକାଲ୍ ଲୋକଙ୍କ ମଧ୍ୟରେ ଜଣେ ସରପଞ୍ଚ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।
ତେବେ ଏହି ସରପଞ୍ଚ ଜଣଙ୍କ କେଉଁ ଜିଲ୍ଲାର ଅବା କେଉଁ ଗ୍ରାମ ପଞ୍ଚାୟତର ତାହା ଜଣାପଡ଼ିନାହିଁ। ଏଥିସହ ସେ କିଭଳି କରୋନା ସଂକ୍ରମିତ ହେଲେ ସେନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇନାହିଁ।
ରବିବାରର ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ ୮୨୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୬୨୭ ସକ୍ରିୟ ଅଛନ୍ତି।


















