ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିସ୍ଥିତିରେ ତିନୋଟି ଜିଲ୍ଲା ସଂକ୍ରମଣରେ ସବା ଉପରେ ରହିଛନ୍ତି। ଗଞ୍ଜାମ, ଯାଜପୁର ଓ ବାଲେଶ୍ୱରକୁ ସୁରତ ଫେରନ୍ତାଙ୍କ ଆସିବା ପରେ ଏହି ସଂଖ୍ୟା ଅପାତତଃ ବୃଦ୍ଧି ପାଇଛି। ଇତି ମଧ୍ୟରେ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ କରୋନା ପହଞ୍ଚିଛି।

ତଥ୍ୟ ଅନୁସାରେ ୨୯୨ ପଜିଟିଭ କେସ୍ ସହ ଗଞ୍ଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି। ତାତଳକୁ ଯାଜପୁର। ଏଠି ଆକ୍ରାନ୍ତଙ୍କ ସଂଖ୍ୟା ୧୨୧। ସେହିଭଳି ବାଲେଶ୍ୱର ଜିଲ୍ଲାରେ ୧୧୯ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅବଶ୍ୟ ଏମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ବି ଫେରିଲେଣି।

ତାଛଡ଼ା କଟକ, ପୁରୀ, କେଉଁଝର, ଖୋର୍ଦ୍ଧା, ବଲାଙ୍ଗିର,କେନ୍ଦ୍ରାପଡା, ସମ୍ବଲପୁର ଓ ସୁନ୍ଦରଗଡରେ ବି ଏକାଧିକ ସକ୍ରିୟ କେସ୍ ସାମ୍ନାକୁ ଆସିଛି।

Comment