ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ନେଇ ତାଜା ଅପଡେଟ୍ ଦେଲେ ରାଜ୍ୟ ସରକାର। ଯେଉଁଥିରେ ଭାରତ ସମେତ ଓଡ଼ିଶାର ପ୍ରତିଟି ତାଜା ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ଲକଡାଉନ୍ ୪.୦ ଗାଇଡଲାଇନ୍
- ଲକଡାଉନ୍ ୪.୦ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କଲେ ରାଜ୍ୟ ସରକାର।
- ଲକଡାଉନରେ ସାଧାରଣ ବିମାନ ସେବା ବନ୍ଦ ରହିବ। ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ବିମାନଗୁଡ଼ିକ ସ୍ୱତନ୍ତ୍ର ଅନୁମତିରେ ଉଡ଼ାଣ ଭରିପାରିବେ।
- ଲକଡାଉନରେ ସ୍କୁଲ୍, କଲେଜ, କୋଚିଂ ଆଦି ବନ୍ଦ ରହିବ। କେବଳ ଅନଲାଇନ୍ ଜରିଆରେ ପିଲମାନେ ପାଠ ପଢ଼ିପାରିବେ।
- ପୂର୍ବଭଳି ସିନେମା ହଲ୍, ଜିମ୍, ଥିଏଟର, ଅଡିଟୋରିୟମ୍ ଆଦି ବନ୍ଦ ରହିବ। କିନ୍ତୁ ସ୍ପୋର୍ଟସ କମ୍ଲେକ୍ସରେ ଖେଳାଳିମାନେ ନିଜର ଅଭ୍ୟାସ କରିପାରିବେ।
- କୌଣସି ପ୍ରକାର ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନା ହୋଇପାରିବ ନାହିଁ।
- ଗ୍ରୀନ୍ ଜୋନ୍, ଅରେଞ୍ଜ୍ ଜୋନ୍ ଓ ରେଡ୍ ଜୋନ୍ ଆଦି ଅଞ୍ଚଳ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର ଚିହ୍ନଟ କରିବେ।
- ରାଜ୍ୟର ସମସ୍ତ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ ହସ୍ପିଟାଲ, କ୍ୱାରେଣ୍ଟିନ୍ ସେଣ୍ଟରରେ କଣ୍ଟେନମେଣ୍ଟ୍ ଜୋନ୍ ଭଳି କଟକଣା ରହିବ।
ଓଡ଼ିଶାରେ କରୋନା
- ଜଗତସିଂହପୁରରେ ଚିହ୍ନଟ ହେଲେ ପୁଣି ୨୦ ପଜିଟିଭ୍।
- ଜଗତସିଂହପୁର ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଲେ।
- ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି।
- ଏପର୍ଯ୍ୟନ୍ତ ରାଜ୍ୟରେ ୨୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି।
- ଏପର୍ଯ୍ୟନ୍ତ ରାଜ୍ୟରେ ୯୫,୭୬୬ନମୁନା ପରୀକ୍ଷା ହୋଇଛି।
- ରାଜଧାନୀ ଭୁବନେଶ୍ୱର ହେଲା କରୋନା ମୁକ୍ତ ଅଞ୍ଚଳ, ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ।
ଭାରତରେ କରୋନା
- ଦେଶରେ ଏବେ ସୁଦ୍ଧା ୨୩ ଲକ୍ଷ ୨୭୯୨ ନମୁନା ପରୀକ୍ଷା ହୋଇଛି।
- ସେଥିମଧ୍ୟରୁ ୯୬,୨୬୯ ଜଣ ଲୋକ କରୋନା ପଜିଟିଭ୍।
- ଦେଶରେ ୩୬,୮୧୩ ଜଣ ଲୋକ କରୋନାରୁ ସୁସ୍ଥ ହେଲେଣି।
- ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୦୨୯କୁ ବୃଦ୍ଧି।
- ଦେଶରେ ଏବେ ବି ୫୬,୩୧୬ଜଣ ସକ୍ରିୟ କରୋନା ଆକ୍ରାନ୍ତ।








କରୋନାକୁ ନେଇ ତାଜା ଅପଡେଟ୍ ଦେଲେ ରାଜ୍ୟ ସରକାର। ଯେଉଁଥିରେ ଭାରତ ସମେତ ଓଡ଼ିଶାର ପ୍ରତିଟି ତାଜା ସୂଚନା ଦିଆଯାଇଛି।









