ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି କରୋନା କବଳରୁ ସୁସ୍ଥ ହେଲେ ୩୦ ଜଣ ଆକ୍ରାନ୍ତ। ଓଡ଼ିଶାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା କବଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭କୁ ବୃଦ୍ଧି ପାଇଛି।

ମଙ୍ଗଳବାର ସୁସ୍ଥ ହୋଇଥିବା ଏହି ୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨୦ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଏଥିସହିତ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, ନୟାଗଡ଼ରୁ ଜଣେ ଓ ବାଲେଶ୍ୱର ଏବଂ ଭଦ୍ରକରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ରାଜ୍ୟରେ ଆଜି ଆଉ ୧୦୨ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଥିଲା। ଏଥିସହିତ ଏବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା କବଳରୁ ସୁସ୍ଥ ହୋଇଥିବା ସଂଖ୍ୟା ମଧ୍ୟ ୩୦୭କୁ ବୃଦ୍ଧି ପାଇଛି।

Comment