ଓଡ଼ିଶାଲାଇଭ୍‌ ବ୍ୟୁରୋ

Amphan

ସମ୍ଭାବ୍ୟ ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମୁଦ୍ର କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି।

ମାଡ଼ି ଆସୁଛି ବାତ୍ୟା ଅମ୍ପନ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତତ୍‌ପରତା ଦେଖାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ସମୁଦ୍ରକୂଳିଆ ଅଞ୍ଚଳରୁ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା।

ବର୍ତ୍ତମାନ ସୁଦ୍ଧା ରାଜନଗର ବ୍ଲକର ୭ଟି ପଞ୍ଚାୟତ ତଥା କେରୁଆପାଳ, ରଙ୍ଗଣି, ତାଳଛୁଆ, ବାଘମାରି, ହାତୀନା, ସାତଭାୟା, କୁରୁଣ୍ଟିରୁ ୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯାଇଥିବା ସୂଚନା ମିଳିଛି।

ଅମ୍ପନ ପଶ୍ଚିମବଙ୍ଗ, ଦିଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। କିନ୍ତୁ ତାହାର ପ୍ରଭାବ ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ରହିଛି। ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବାର ଅନୁମାନ କରାଯାଇଛି।

Comment