ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି।
ନୂଆକରି ଚିହ୍ନଟ ହୋଇଥିବା ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ଜିଲ୍ଲାରୁ ୩୧ ଜଣ ପଜିଟିଭ୍ ଚି୍ହ୍ନଟ ହୋଇଛନ୍ତି। ଏହାପରେ ଜଗତସିଂହପୁରରୁ ୨୩ ଓ ଭଦ୍ରକ ଜିଲ୍ଲାରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ତିନି ଜିଲ୍ଲା ସହିତ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ବାଲେଶ୍ୱର, ସମ୍ବଲପରୁ ଓ ନୟାଗଡ଼ରୁ ମଧ୍ୟ ପୁଣି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ହୋଇଥିବା ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଓ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକର ଜଣେ ୭୫ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି।


















