ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୯୭୦ଟି ନୂଆ ପଜିଟିଭ୍ କେସ୍ ସାମନାକୁ ଆସିବା ସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ଏକ ଲକ୍ଷ ଟପିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ଏବେ ମୋଟ ୧,୦୧,୧୩୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱର ଟପ୍ ୧୦ ଦେଶ ପରେ ଏବେ ୧୧ ନମ୍ବର ସ୍ଥାନରେ ଭାରତ ରହିଛି।

ଏହି ଏକଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୩୯,୧୭୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେହିଭଳି ୩୧୬୩ ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ସୂଚନା ରହିଛି। ଏବେ ବି ଦେଶରେ ମୋଟ ୫୮ ହଜାର ୮୦୨ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment