ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଧୀରେ ଧୀରେ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତତ୍‌ପରତା ଦେଖାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମା ଉପକୂଳ ଅଞ୍ଚଳ ରାଜନଗରର ପେଣ୍ଠ, ବାଘପାତିଆ ଆଦି ସ୍ଥାନ ପରିଦର୍ଶନ କରିଛନ୍ତି। ସେଠାରେ ସ୍ଥାନାନ୍ତର ପ୍ରକିୟାର ସମୀକ୍ଷା କରିବା ସହିତ ବିଭିନ୍ନ ଆଶ୍ରୟସ୍ଥଳୀ ବାତ୍ୟା ପାଇଁ କିଭଳି ପ୍ରସ୍ତୁତ ରହିଛି ତାହା ସମୀକ୍ଷା କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜନଗର ବ୍ଲକର ୭ଟି ପଞ୍ଚାୟତ ତଥା କେରୁଆପାଳ, ରଙ୍ଗଣି, ତାଳଛୁଆ, ବାଘମାରି, ହାତୀନା, ସାତଭାୟା, କୁରୁଣ୍ଟିରୁ ୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯାଇଥିବା ସୂଚନା ମିଳିଛି।

ଅମ୍ପନ ପଶ୍ଚିମବଙ୍ଗ, ଦିଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। କିନ୍ତୁ ତାହାର ପ୍ରଭାବ ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ରହିଛି। ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବାର ଅନୁମାନ କରାଯାଇଛି।

LEAVE A REPLY

Please enter your comment!
Please enter your name here