ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନକୁ ନେଇ କେନ୍ଦ୍ରାପଡ଼ାରେ ଚାଲିଛି ଜୋରଦାର ପ୍ରସ୍ତୁତି। ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ବାତ୍ୟାକୁ ଦୃଷ୍ଟିରେ ରଖି ମାଛଧରା ଉପରେ ରୋକ ଲଗାଇଛି ପ୍ରଶାସନ। ଏଥିସହିତ ଜାଲ ଓ ଡଙ୍ଗାକୁ ସୁରକ୍ଷିତ ରଖିବାକୁ ମତ୍ସଜୀବୀଙ୍କୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।

ଫଳରେ ରାଜନଗରରେ ମତ୍ସଜୀବୀମାନେ ଜାଲକୁ ଘରକୁ ନେବା ସହିତ ଡଙ୍ଗାଗୁଡ଼ିକୁ ମଜଭୁତ କରି ବାନ୍ଧି ରଖୁଛନ୍ତି।  ବାତ୍ୟା ଭୟ ଦୂର ନହେବା ଯାଏଁ ମାଛ ଧରିବାକୁ ନଯିବାକୁ ସଚେତନ ଅଛନ୍ତି ମତ୍ସଜୀବୀ।

ଅନ୍ୟପଟେ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମା ଉପକୂଳ ଅଞ୍ଚଳ ରାଜନଗରର ପେଣ୍ଠ, ବାଘପାତିଆ ଆଦି ସ୍ଥାନ ପରିଦର୍ଶନ କରିଛନ୍ତି। ସେଠାରେ ସ୍ଥାନାନ୍ତର ପ୍ରକିୟାର ସମୀକ୍ଷା କରିବା ସହିତ ବିଭିନ୍ନ ଆଶ୍ରୟସ୍ଥଳୀ ବାତ୍ୟା ପାଇଁ କିଭଳି ପ୍ରସ୍ତୁତ ରହିଛି ତାହା ଦେଖିଛନ୍ତି। ସେହିପରି ୭ଟି ପଞ୍ଚାୟତରୁ ଲୋକଙ୍କୁ ସ୍ଥାନାନ୍ତର ବି କରାଯାଇଛି।

Comment