ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହାକୁ ନଜର ରଖି ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ପୁନମ୍ ମହାପାତ୍ର ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣଙ୍କୁ ସଜାଗ କରିଛନ୍ତି। ଏହାସହ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି ମଧ୍ୟ କୁହାଯାଇଛି।

ତହସିଲଦାରଙ୍କ ନେତୃତ୍ଵରେ ଏକ ଟିମ୍ ବାଲୁଗାଁର ଶାନ୍ତି ନଗର, ବଡକୂଳ, ଚନ୍ଦ୍ରାପୁଟ, ସୋରଣ, ବରଡି, କାଳୁପଡ଼ାଘାଟର ପାଣିଦ୍ଵାର, ସାନନଇରୀ ଇତ୍ୟାଦି ଚିଲିକା ଉପକୂଳ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ବାତ୍ୟା ପାଇଁ ସଚେତନ କରିଥିଲେ। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତରିତ ପାଇଁ ପ୍ରସ୍ତୁତ କରିବାକୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ପ୍ରଦାନ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ଆଜି ସୂଚନା ଦେଇଛନ୍ତି। ଏହାସହ ଚିଲିକା ହ୍ରଦକୁ ମାଛଧରା ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ଏଭଳି ସୂଚନା ପାଇବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ମତ୍ସଜୀବୀ।

ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଭୟଭୀତ ନହେବା ପାଇଁ ସଚେତନ କରାଯାଉଛି। ଏହାସହ ବିଦ୍ୟୁତ, ପାଣି ଓ ଖାଦ୍ୟ କିପରି ଲୋକମାନଙ୍କ ପାଖରେ ପହଞ୍ଚିବ ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି।

Comment