ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ୧୧ ଜଣ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଛି। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି।
ନୂଆକରି ଚିହ୍ନଟ ହୋଇଥିବା ଏହି ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡ଼ରୁ ଫେରିଥିଲେ। ଏହାପରେ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖଯାଇଥିଲା। ଏହାପରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ସେହିପରି ଆଉ ଜଣେ ବ୍ୟକ୍ତି କ୍ୱାରେଣ୍ଟିନ୍ ସେଣ୍ଟରର ସୁପରଭାଇଜର ବୋଲି ଜଣାପଡ଼ିଛି।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୪୩ ଜଣ ସୁସ୍ଥ ଓ ୬ ଜଣ ପ୍ରାଣ ହରାଇଛନ୍ତି। ବାକି ଥିବା ଆକ୍ରାନ୍ତମାନେ ଏବେ ବି ସକ୍ରିୟ ଅଛନ୍ତି ବୋଲି ସୂଚନା ମିଳିଛି।