ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଭଲ ଖବର ମଧ୍ୟ ସାମନାକୁ ଆସୁଛି। ବୁଧବାର ରାଜ୍ୟର ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି।
ସୁସ୍ଥ ହୋଇଥିବା ଏହି ୩୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ କେବଳ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛନ୍ତି। ସେହିଭଳି ୫ ଜଣ ଯାଜପୁରର, ୩ ମୟୁରଭଞ୍ଜ, ଜଣେ ରାଉରକେଲା ଓ ପୁରୀ ଏବଂ ଭଦ୍ରକରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଏବେ ମୋଟ ୧୦୫୨ ଜଣ କରୋନା ପଜିଟିଭ୍ ଥିବାବେଳେ ସେଥିମଧ୍ୟରୁ ମୋଟ ୩୪୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛନ୍ତି।


















