ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ବୁଧବାର ଓଡ଼ିଶାରେ ପୁଣି ୭୪ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହଜାରେ ଟପଛି।
ବୁଧବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ବୌଦ୍ଧ ଜିଲ୍ଲାରୁ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ପୁରୀରୁ ୧୧, କଟକରୁ ୯, ଖୋର୍ଦ୍ଧାରୁ ୭, ଗଞ୍ଜାମ ଓ ଯାଜପୁରରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ତା ସହିତ ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାରେ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ବୁଧବାର ଖୋର୍ଦ୍ଧାର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି।
ରାଜ୍ୟରେ ଏବେ ମୋଟ ୧୦୫୨ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୩୦୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭୩୯ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।


















