ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ଧିରେ ଧିରେ ପଡ଼ିବାରେ ଲାଗିଲାଣି। ଆଜି ଅପରାହ୍‌ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପକାଇବ। ଫଳରେ ଉତ୍ତର ଓଡ଼ିଶାରେ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି।

ବାତ୍ୟା ବର୍ତ୍ତମାନ ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି। ଏହା ପାରାଦୀପଠାରୁ ଗତି ବଦଳାଇ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଗତି କରୁଛି। ଆଜି ଅପରାହ୍‌ଣ ୪ଟା ପରେ ଏହା ବାଲେଶ୍ଵରର ଭୋଗରାଇ ଓ ତାଳସରି ଅତିକ୍ରମ କରିବ।

ଏହାର ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୯୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାସହ ପବନ ଯୋଗୁଁ ଏରସମା ଅଞ୍ଚଳରେ କିଛି ଗଛ ଭାଙ୍ଗି ପଡ଼ିଥିବା ଦେଖାଯାଇଛି।

ପରେ ବାତ୍ୟା ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ପରେ ଅମ୍ପନ ରାତି ୮ଟା ୩୦ରୁ ୧୦ଟା ୩୦ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ ସମୟରେ ସେହି ସ୍ଥାନରେ ଅନେକ କ୍ଷୟକ୍ଷତି କରିବାର ଆକଳନ ମଧ୍ୟ କରାଯାଉଛି।

Comment