ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଉପକୂଳରୁ ଦୂରେଇଲା ବାତ୍ୟା ଅମ୍ପନ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି। ଏହାସହ ଅମ୍ପନର ଗତିପଥ ଏବେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଉଛି। ଏହାର ପ୍ରଭାବରେ ଏବେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ଦେଖାଯାଇଛି।

ବାତ୍ୟା ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ଥିବା ବେଳେ ଗତି ପରିବର୍ତ୍ତନ କରି ଉତ୍ତର ଦିଗକୁ ମୁହାଁଇଛି। ବର୍ତ୍ତମାନ ଅମ୍ପନ ଦୀଘାଠାରୁ ୯୫ କିଲୋମିଟର ଦୂରରେ ରହିଛି। ଏହାସହ ବାଲେଶ୍ଵରରେ ପବନରେ ବେଗ ବଢ଼ିବାରେ ଲାଗିଛି।

ଆଜି ୪ଟାରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ସନ୍ଧ୍ୟା ୬ଟାରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଉଛି। ଏହି ସମୟରେ ସେଠାରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ।

Comment