ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆକାଶମାର୍ଗରୁ ବାତ୍ୟା ଅଞ୍ଚଳର ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ କେତେ ଫସଲ କ୍ଷୟକ୍ଷତି ହୋଇଛି ଏବଂ କେତେ ଘର ଭାଙ୍ଗିଛି ତାର ରିପୋର୍ଟ ୭ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ବିଦ୍ୟୁତ ସେବା ତୁରନ୍ତ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେସୁ ଅଧୀନରେ ଥିବା ଅଞ୍ଚଳକୁ ୨୪ ଘଣ୍ଟା ଏବଂ ନେସ୍କୋ ଅଧୀନରେ ଥିବା ଅଞ୍ଚଳକୁ ୭୨ ଘଣ୍ଟା ଭିତରେ ବିଜୁଳି ସଂଯୋଗ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଅମ୍ପନ ପ୍ରଭାବରେ ୮୯ ବ୍ଲକର ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି।

Comment