ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବିଦ୍ୟୁତ ତାର ସଂସ୍ପର୍ଶରେ ପ୍ରାଣ ହରାଇଲେ ଶ୍ରମିକ। ରାୟଗଡ଼ା ଜିଲ୍ଲା ବାରିଝୋଲା ଅଞ୍ଚଳରେ ଘଟିଛି ଏଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା।

ଶୁକ୍ରବାର ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ମାଣ ଚାଲିଥିଲା। ବାରିଝୋଲା ଗାଁର ହରେଶ ନାଚିକା ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ଏହି ସମୟରେ ସେ କୌଣସି କାରଣବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment