ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟରେ ଆରମ୍ଭ ହେଲା କରୋନା ଟେଷ୍ଟିଂ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶନିବାରଠାରୁ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି।

ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଏଠାରେ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ଏକ ଟିମ୍ ତାଲିମ୍ ନେଇ ଫେରିଛନ୍ତି। ପ୍ରଥମ ପଯ୍ୟୟରେ ଏଠାରେ ୬ଟି ନମୁନା ଟେଷ୍ଟ କରାଯାଇପାରିବ ଏବଂ ଏହାପରେ ଉଚ୍ଚ କ୍ଷମତା ସମ୍ପନ ମେସିନ୍ ଆସିଲେ ଟେଷ୍ଟିଂ ବଢ଼ିବ ବୋଲି ମେଡିକାଲ କଲେଜର ଡିମ୍ କେ.ସି ବିଶ୍ୱାଳ କହିଛନ୍ତି।ସାରା ଦେଶରେ କରୋନା ଭାଇରସ ଆତଙ୍କ ଖେଳାଇଦେଇଥିବା ବେଳେ ରାଜ୍ୟରେ ମଧ୍ୟ ତାହାର ପ୍ରକୋପ ଦେଖିବାକୁ ମିଳିଛି । କୋରନା ମୁକାବିଲା ପାଇ ଜୟପୁରରେ  ଜିଲାସ୍ତରୀୟ କୋଭିଡ ହସପିଟାଲ କରାଯାଇଥିବାବେଳେ ୨୪୦ଟି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ କରାଯାଇଛି । ଜିଲାରେ ଗୋଟିଏ କୋରନା ପଜିଟିଭ  ଚିହ୍ନଟ ହୋଇଥିବା ବେଳେ ସେ ମଧ୍ୟ ସୁସ୍ଥ ହୋଇଥିବା ସରକାରଙ୍କ ତରଫରୁ ସୁଚନା ଦିଆଯାଇଛି

LEAVE A REPLY

Please enter your comment!
Please enter your name here