ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ରୀମ ଅମ୍ପନ ପ୍ୟାକେଜ ଘୋଷଣା କରିବାର ୨୪ ଘଣ୍ଟା ନପୂରୁଣୁ ଆଜି ଓଡ଼ିଶାକୁ ତାର ପ୍ରାପ୍ୟ ମିଳି ଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାକୁ ୫୦୦ କୋଟି ମିଳିଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ। ଭୁବନେଶ୍ୱର ବିମାନ ବନ୍ଦର କନଫରେନ୍ସ ହଲ୍‌ରେ ଏନେଇ ମୋଦୀ ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ବୈଠକ ପରେ ମୋଦୀ ଓଡ଼ିଶା ପାଇଁ ଅଗ୍ରୀମ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଏହାସହ ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନାକୁ ମୋଦୀ ପ୍ରଶଂସା କରିଥିଲେ।

ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ। ସେମାନେ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏହାପରେ ପୂର୍ଣ୍ଣାଙ୍ଗ ଯୋଜନା ଘୋଷଣା କରାଯିବ ବୋଲି ମୋଦୀ ଘୋଷଣା କରିଥିଲେ।

Comment