ଓଡ଼ିଶାଲାଇଭ୍ କରୋନା ବ୍ୟରୋ

ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ରବିବାର ବଲାଙ୍ଗିରରୁ ୭ ଜଣ, ସୁନ୍ଦରଗଡ଼ରୁ ୪ ଜଣ ଓ ବରଗଡ଼ରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଜିଲ୍ଲାରେ ପୁଣି ନୂଆ ୭ କରୋନା ପଜିଟିଭ୍ ହେବା ନେଇ ସୂଚନା ଦେଇଛନ୍ତି। ଜିଲ୍ଲାର ଆଗଲପୁର, ସଇଁତଳା ବ୍ଲକରୁ ୨ଜଣ ଲେଖାଏଁ ଏବଂ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬ ଛୁଇଁଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଜିଲ୍ଲାରେ ପୁଣି ୪ ଜଣ କରୋନା ପଜିଟିଭ୍ ହେବା ନେଇ ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ସମସ୍ତେ ବିଶ୍ରା ଓ ଲାଠିକଟା ବ୍ଲକର ବୋଲି ସୂଚନା ରହିଛି।

ଅନ୍ୟପଟେ ବରଗଡ଼ ଜିଲ୍ଲାରେ ପ୍ରଥମ କରି କରୋନା ପଜିଟିଭ୍ ଚି୍ହ୍ନଟ ହୋଇଛନ୍ତି। ଜିଲ୍ଲା ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ପ୍ରଥମ କରି ଜଣେ ବ୍ୟକ୍ତିଙ୍କ ପାଖରେ କରୋନା ଭାଇରସ୍ ଥିବା ଜଣାପଡ଼ିଛି। ଏଥିସହ ରାଜ୍ୟର ୨୭ ଜିଲ୍ଲାକୁ କରୋନା ସଂକ୍ରମିତ ହୋଇଛି।

Comment