ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଓ ଭୁବନେଶ୍ୱର ୭ଟି ରୁଟ୍‌ରେ  ଆସନ୍ତକାଲିଠୁ ଗଡ଼ିବ ମୋ’ ବସ୍‌। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ମୋ’ ବସ୍‌ ସେବା ମିଳିବ। ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ହିଁ ଯାଇପାରିବେ। ଠିଆ ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ। ଟିକେଟର ସଠିକ୍‌ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ।

କେବଳ ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍‌ ଚାଲି ପାରିବ ବୋଲି ସିଆର୍‌ୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ମାସ୍କ ପିନ୍ଧିଥିବା ଯାତ୍ରୀ ହିଁ ବସ୍‌ରେ ଯାତ୍ରା କରିପାରିବେ। ଆଗାମୀ ଦିନରେ ଅଧିକ ରୁଟ୍‌ରେ ବସ୍‌ ଚଳାଚଳ କରିବ ବୋଲି ସିଆର୍‌ୟୁଟି ପ୍ରବନ୍ଧକ ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି।

କେଉଁ ରୁଟ୍‌ରେ ବସ୍‌ ଯିବ?

  • ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ସିଡିଏ ଯାଏଁ ଚାଲିବ ବସ୍‌। ଏହି ବସ୍‌ ଭାୟା ଏଜି ଛକ ଏବଂ ପଟିଆ ଦେଇ ଯିବ।
  • ନନ୍ଦନ ବିହାରରୁ ଲିଙ୍ଗିପୁର। ଭାୟା – ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, କଳ୍ପନା ଛକ।
  • ମାଷ୍ଟରକ୍ୟାଣ୍ଟିନରୁ କଟକ ସିଡିଏ। ଭାୟା – ରସୁଲଗଡ଼, ବାଦାମବାଡ଼ି।
  • ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା। ଭାୟା – ବାଣୀବିହାର, ବରମୁଣ୍ଡା।
  • ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ। ଭାୟା – ଫାୟାର ଷ୍ଟେସନ।
  • ଡୁମୁଡୁମାରୁ ମଞ୍ଚେଶ୍ୱର। ଭାୟା – ମାଷ୍ଟରକ୍ୟାଣ୍ଟିନ।
  • ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ। ଭାୟା – ଫାୟାର ଷ୍ଟେସନ, ବରମୁଣ୍ଡା।

Comment