ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଉଡାଉନକୁ ନେଇ ମୋଦୀଙ୍କୁ ଘେରିଲେ ରାହୁଲ ଗାନ୍ଧୀ।

କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭିଡିଓ ବାର୍ତ୍ତା ଜାରି କରି ଲକ୍‌ଡାଉନ୍‌ ସାରା ଦେଶରେ ଫେଲ୍ ମାରିଥିବା ସେ କହିଛନ୍ତି। ଏହାସହ କରୋନା ମୁକାବିଲା ପାଇଁ ଆପଣଙ୍କର ଆଗାମୀ ଷ୍ଟ୍ରାଟେଜି କ’ଣ ବୋଲି ରାହୁଲ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।

‘‘ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ୨୧ ଦିନରେ କରୋନାକୁ ହରାଇବେ। ଏଥିପାଇଁ ସାରା ଦେଶକୁ ଲକ୍‌ଡାକଉନ୍‌ କରାଯାଇଥିଲା। ହେଲେ ଲକ୍‌ଡାଉନ୍‌କୁ ୬୦ ଦିନ ପୂରିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା ଆଗକୁ ମଧ୍ୟ ବଢ଼ି ଚାଲିବ। ଏଭଳି ସ୍ଥିତିରେ ଆପଣଙ୍କର ଆଗାମୀ ଷ୍ଟ୍ରାଟେଜି କ’ଣ?’’, ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ।

ରାହୁଲ ଆହୁରି କହିଛନ୍ତି ଯେ, ଗରିବ ପରିବାର ଓ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପୂରା ପ୍ରଭାବିତ ହୋଇଛି। ସେମାନଙ୍କ ପାଖରେ ନଗଦ ଟଙ୍କାର ଅଭାବ ରହିଛି। ସରକାର ସେମାନଙ୍କୁ ନଗଦ ଟଙ୍କା ଦେବା ଲାଗି ବ୍ୟବସ୍ଥା କରନ୍ତୁ। ସରକାର ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ କିଛି ସହାୟତା ମିଳିପାରିବନି।

‘‘ମୁଁ ଫେବ୍ରୁଆରି ମାସରେ କହିଥିଲି କରୋନା ପାଇଁ ଭାରତରେ ସ୍ଥିତି ଅସମ୍ଭାଳ ହେବ। ହେଲେ ସରକାର ଏହାକୁ ଗୁରୁତ୍ୱ ଦେଲେନି। ସ୍ଥିତି ବିଗିଡ଼ିବା ପରେ ଲକ୍‌ଡାଉନ୍‌ ଘୋଷଣା କଲେ। ହେଲେ ଏହା ପ୍ରଭାବହୀନ ହୋଇଗଲା। ଏବେ ବି କହୁଛି ସରକାର ଉପଯୁକ୍ତ ବ୍ୟବସ୍ଥା ନକଲେ ସ୍ଥିତି ଆହୁରି ଗମ୍ଭୀର ହୋଇଯିବ’’, କହିଛନ୍ତି ରାହୁଲ ଗାନ୍ଧୀ।

ବିଶ୍ୱରେ ଭାତର ହେଉଛି ପ୍ରତମ ଦେଶ, ଯିଏ କରୋନା ଆକ୍ରାନ୍ତ ବଢୁଥିବା ବେଳେ ଲକ୍‌ଡାଉନ୍‌ ନିୟମ କୋହଳ କରିବାକୁ ଯାଉଛି। ମୋଦୀଙ୍କ ଲକ୍‌ଡାଉନ୍‌ ଫେଲ୍‌ ବୋଲି ରାହୁଲ କହିଛନ୍ତି।

Comment