ଓଡ଼ିଶାଲାଇଭ୍ ବ୍ୟୁରୋ

watermelon-1

ଗରମ ଦିନରେ ତରଭୁଜର ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଶରୀରକୁ ଥଣ୍ଡା ରଖିବା ସହ ସୁସ୍ଥ ମଧ୍ୟ ରଖିଥାଏ। ହେଲେ ଗରମ ଦିନର ଏହି ଆରାମଦାୟୀ ଫଳ ଆପଣଙ୍କ ତ୍ୱଚାରେ ସୁନ୍ଦର ଚମକ ମଧ୍ୟ ଆଣିଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା-

ସ୍ୱାସ୍ଥ୍ୟ ପାଇଁ ଜରୁରୀ ତରଭୁଜ-

  • ତରଭୁଜରେ ଜଳୀୟ ଅଂଶ ଅଧିକ ଥିବାରୁ ଏହା ଗରମ ଦିନରେ ଶରୀରକୁ ଡିହାଇଡ୍ରେଟ୍ ହେବାକୁ ଦିଏ ନାହିଁ। କୋଷ୍ଠକାଠିନ୍ୟ ଭଳି ରୋଗ ଦାଉର ମଧ୍ୟ ରକ୍ଷା ମିଳେ।
  • ତରଭୁଜ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ପରିମାଣ ନିୟନ୍ତ୍ରଣରେ ରୁହେ ଏବଂ ହୃଦଜନିତ ସମସ୍ୟାରୁ ମଧଅୟ ରକ୍ଷା ମିଳେ।
  • ତରଭୁଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାର ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ପୂରଣ ହୋଇଥାଏ।

watermelon-2

  • ଏହା ଏକ ଥଣ୍ଡାଜାତୀୟ ଫଳ ହୋଇଥିବାରୁ ଏହା ଖାଇବା ଦ୍ୱାରା ଶରୀର ସହ ମାନସିକ ଶାନ୍ତି ମଧ୍ୟ ମିଳେ। ଚିନ୍ତାରୁ ମଧ୍ୟ ବହୁ ମାତ୍ରାରେ ମୁକ୍ତି ମିଳେଏବଂ ରାଗଶାନ୍ତ କରିବାରେ ସାହାଯ୍ୟ କରେ।
  • ଏଥିରେ ଥିବା ଭିଟାମିନ୍ ଏ ଏବଂ ସି ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଓଜନ ହ୍ରାସ କରିବାରେ ମଦ୍ୟ ସାହାଯ୍ୟ କରେ।

ତ୍ୱଚା ପାଇଁ ଜରୁରୀ ତରଭୁଜ-

  • ତରଭୁଜରେ ଥିବା ଆଇରନ୍, ମାଗ୍ନେସିୟମ୍, ପୋଟାସିୟମ୍ ଏଭଂ ଫସଫରସ୍ ଆଦି ତ୍ୱତା ପାଇଁ ଲାଭଦାୟକ।
  • କଦଳୀ ଏବଂ ତରଭୁଜକୁ ଏକାଠି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ନିଜ ମୁହଁରେ 15ରୁ 20 ମିନିଟ୍ ଯାଏଁ ରଖି ଧୋଇ ଦିଅନ୍ତୁ। ଏହା ଆପଣଙ୍କ ଚେହେରାରୁ କଳା ଦାଗ, ବ୍ରଣ ଇତ୍ୟାଦି ଦୂରକରିବା ସହ ଉଜ୍ଜଳ କରାଏ।

Watermelon face pack-1

  • ତରଭୁଜକୁ କ୍ଷୀରରେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତିଦିନ ଏହାକୁ ମୁହଁରେ ଲଗାନ୍ତୁ। ଏହା ଦ୍ୱାରା ସନ୍ ଟ୍ୟାନରୁ ମୁକ୍ତି ମିଳେ।
  • ତରଭୁଜ ସହ କାକୁଡ଼ି ମିଶାଇ ଫେସପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହା ତ୍ୱଚା ପାଇଁ ସନସ୍କ୍ରିମର କାମ କରେ। ଖରାରେ ବାହାରକୁ ଯିବା ସମୟରେ ଏହା ତ୍ୱଚାକୁ ସୂର୍ଯ୍ୟକିରଣରୁ ରକ୍ଷା କରେ।

Comment