ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଛନ୍ତି। ସେ ନିଜେ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି।

ଟୁଇଟ୍ କରି ଟ୍ରମ୍ପ ଲେଖିଛନ୍ତି, “ଆମେ ଭାରତ ଓ ଚୀନ୍ ଦୁହିଁଙ୍କୁ ଏନେଇ ସୂଚନା ଦେଇଛୁ। ଯଦି ସେମାନେ ଚାହିଁବେ ତେବେ ତାଙ୍କର ସୀମା ବିବାଦ ସମାଧାନ କରିବାକୁ ଆମେରିକା ପ୍ରସ୍ତୁତ ଅଛି।

କିଛି ଦିନ ଧରି ଲଗାତାର ଭାବରେ ଲଦାଖ ଅଞ୍ଚଳରେ ଚୀନ୍ ସୈନିକ ଓ ଭାରତୀୟ ସୈନିକ ମୁହାଁମୁହିଁ ହେଉଛନ୍ତି। ସେହି ଅଞ୍ଚଳରେ ଚୀନ ନିଜର ସୈନ୍ୟବଳ ବୃଦ୍ଧି କରିବା ସହିତ କ୍ୟାମ୍ପ ସଂଖ୍ୟା ମଧ୍ୟ ବୃଦ୍ଧି କରିବା ନେଇ ଖବର ଆସୁଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଚୀନକୁ ଲାଗିଥିବା ସୀମାରେ ଭାରତ ରୋଡ୍ ନିର୍ମାଣ କରୁଥିବାବେଳେ ଚୀନ୍ ଏହାକୁ ବିରୋଧ କରୁଛି। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଏବେ ଟଣାଓଟରା ଚାଲିଛି।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଧ୍ୟ ତିନି ସେନାର ପ୍ରମୁଖଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।

Comment